ସ୍ୱାଭିମାନ ଅଞ୍ଚଳରେ ମିଳିତ କମ୍ବିଂ ଅପରେସନ ବେଳେ ମାଓ ଆଡ୍ଡା ଠାବ, ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି – ଆନ୍ଧ୍ର-ଓଡିଶା ସୀମାନ୍ତ ଯୋଡାଆମ୍ବ ଥାନା ଅନ୍ତର୍ଗତ ସ୍ୱାଭିମାନ ଅଂଚଳର ପୋଲିସ ଓ ବିଏସଏଫର ମିଳିତ ଅପରେସନରେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଯନ୍ତ୍ରୀ ଗ୍ରାମ ପଂଚାୟତର ତାବେର ଓ ଆର୍ଲିଂପଡା ଗାଁ ମଧ୍ୟରେ ଥିବା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏକ ମାଓବାଦୀ ଆଡ୍ଡା ଠାବ କରିଥିଲେ ସୁରକ୍ଷା ବାହିନୀ । ପୋଲିସ ଓ ବିଏସଏଫର ମିଳିତ କମ୍ବିଂ ଅପରେସନରେ ୬ଟି ଟିଫିନ ଆଇଡି, ୨ଟି ପ୍ରେସର ଆଇଇଡି ଓ ୨ଟି ବଲ୍ ଆମ୍ୟୁନିସନ ସମେତ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି ।

Comments are closed.