ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଡିଜିପି ସୁନୀଲ ବଂସଲ, ନିଶା ମାଫିଆଙ୍କ ବିରୋଧରେ ଅଭିଯାନ ଜୋର୍ଦାର ପାଇଁ ଚେତାବନୀ

ଭୁବନେଶ୍ୱର – ନୂଆ ପୋଲିସ ଡିଜି ସୁନୀଲ ବଂସଲ ରାଜ୍ୟବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ଗରିବ, ଅସହାୟ ଓ ନିର୍ଧନ ଲୋକଙ୍କୁ ସହାୟତା ଦେବା ପାଇଁ ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ରାଜ୍ୟରେ ନିଶା ମାଫିଆଙ୍କ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି । ଅସହାୟକଙ୍କ ପାଇଁ ସେବା ମନୋବୃତ୍ତି ନେଇ ପୋଲିସ ସମର୍ପିତ ଭାବେ କାମ କରିବ । କେବଳ ସେତିକି ନୁହେଁ, ଦୂରବର୍ତ୍ତୀ ସ୍ଥାନରେ ରହୁଥିବା ଜନଜାତି ଲୋକଙ୍କ ନିକଟତର ହେବା ପାଇଁ ଚେଷ୍ଟା କରିବ ପୋଲିସ । ଆଇନ ଭଙ୍ଗ କରୁଥିବା ଲୋକଙ୍କ ପ୍ରତି ପୋଲିସ ଆହୁରି କଠୋର ହେବ ବୋଲି ଡିଜିପି ବଂସଲ କହିଛନ୍ତି ।
ଗତକାଲି ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ସୁନୀଲ ବଂସଲ । ସେ ଅଭୟଙ୍କ ସ୍ଥାନ ନେଇଛନ୍ତି ।

Comments are closed.