ଛେଳି ଚୋରି କରି ଥାନା ବାବୁ ସସପେଣ୍ଡ

ବଲାଙ୍ଗୀର – ପୋଲିସ ହୋଇ ଚୋରି । ପୁଣି ଛେଳି ଚୋରି । ଥାନା ବାବୁଙ୍କ ବିରୋଧରେ ଛେଳି ଚୋରି ଅଭିଯୋଗ ଆଣିଥିଲେ ଛେଳି ମାଲିକ । କିନ୍ତୁ ତାଙ୍କୁ ନାଲିଆଖି ଦେଖାଇ ଥାନାରେ ଅଟକ ରଖିଲେ ପୋଲିସ ବାବୁ । ହେଲେ ଘଟଣା ପ୍ରଘଟ ହେଲା ପରେ ବାବୁ ସସପେଣ୍ଡ୍ । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଏଏସଆଇ ସୁମନ ମଲ୍ଲିକ ଏଭଳି ଲଜ୍ଜାଜନକ କାଣ୍ଡ ଘରି ସସପେଣ୍ଡ୍ ହୋଇଛନ୍ତି । ସ୍ଥାନୀୟ ଲୋକେ ତାତିବାରୁ ଜିଲ୍ଲା ଏସପି ଛେଳି ଚୋରି କରିଥିବା ଏସଏଏସଆଇଙ୍କୁ ସସପେଣ୍ଡ କରିଛନ୍ତି ।

ସିନ୍ଧେକେଲା ଗାଁର ସଂକୀର୍ତ୍ତନ ଗୁରୁ ଅଭିଯୋଗ କରିଥିଲେ ଯେ, ତାଙ୍କର ଦୁଇଟି ଛେଳିକୁ ଏଏସଆଇ ସୁମନ ମଲ୍ଲିକ ଓ ତାଙ୍କର କିଛି ସହଯୋଗୀ ଚୋରି କରି ନେଇଥିଲେ । ତାଙ୍କ ବାଡିରୁ ଛେଳି ଦୁଇଟିକୁ ଟେକି ନେଇ କାଟୁଥିବା ବେଳେ ସଂକୀର୍ତ୍ତନଙ୍କ ପରିବାର ଓ ସ୍ଥାନୀୟ ଲୋକେ ଦେଖିଦେଇଥିଲେ । ପ୍ରତିବାଦ କରିବାରୁ ପୋଲିସ ଓଲଟା ସେମାନଙ୍କୁ ନାଲି ଆଖି ଦେଖାଇଥିଲା । ପରେ ଛେଳି ମାଂସକୁ ଭୋଜି କରି ଥାନା କର୍ମଚାରୀ ଆସରରେ ମାତିଥିଲେ । ସଂକୀର୍ତ୍ତନ ଅଭିଯୋଗ କରିବାରୁ ତାଙ୍କୁ ଅଟକ ରଖାଯାଇଥିଲା । ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ । ଚାରିଆଡୁ ସମାଲୋଚନା ପରେ ବଲାଙ୍ଗୀର ଏସପି ଏଏସଆଇ ମଲ୍ଲିକଙ୍କୁ ସସପେଣ୍ଡ୍ କରିଛନ୍ତି ।

Comments are closed.