ରାଜ୍ୟରେ କୋରୋନା ଗ୍ରାଫ ଉପରମୁହାଁ, ଦିନକରେ ୪୨୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୨୪ କୋରୋନା ଆକ୍ରାନ୍ତ । ଅନେକ ଦିନ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହ ଡେଇଁଛି । ସଙ୍ଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୭ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭, କଟକ ଜିଲ୍ଲାରୁ ୪୫, ସୁନ୍ଦରଗଡରୁ ୩୮, ସମ୍ବଲପୁରରୁ ୧୫, ଝାରସୁୁଗୁଡାରୁ ୧୫, ପୁରୀରୁ ୧୪, ବରଗଡରୁ ୧୦, ଯାଜପୁରରୁ , ଜଗତସିଂହପୁରରୁ ୮, ମୟୂରଭଞ୍ଜରୁ ୮, ବାଲେଶ୍ୱରରୁ ୮, ନବରଙ୍ଗପୁରରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୪, ରାୟଗଡାରୁ ୪, ଢେଙ୍କାନାଳରୁ ୩, କଳାହାଣ୍ଡିରୁ ୨, ବଲାଙ୍ଗିରରୁ ୧, ବୌଦ୍ଧରୁ ୧, କେନ୍ଦ୍ରାପଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି ୪୦ ଆକ୍ରାନ୍ତ ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୫ ହଜାର ୫୫୬ ଲୋକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୪ ହଜାର ୯୬୨ ସୁସ୍ଥ ହୋଇସାରିଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୨ ହଜାର ୭୮ ।

Comments are closed.