ବିଚ୍ କ୍ଲିନିଂ ଟୁଲ୍ : ଘଣ୍ଟାକରେ ସଫା କରିବ ୧୦୦୦ ବର୍ଗଫୁଟ ଅଞ୍ଚଳ

ଗୋପାଳପୁର: କମ୍ ଓଜନ, ମାନବ ଦ୍ବାରା ସହଜରେ ପରିଚାଳନା କରିହେବ। ନେବା ଆଣିବା ଓ ବ୍ୟବହାର କରିବା ସହଜକର। ଏକ ଘଣ୍ଟାରେ ୧୦୦୦ ବର୍ଗଫୁଟ ଅଞ୍ଚଳର ବାଲିରୁ ଆବର୍ଜନାକୁ ପୃଥକ୍ କରି ସମୁଦ୍ର ବେଳାଭୂମିକୁ ସଫା ରଖିବାରେ ଅତ୍ୟନ୍ତ ସହାୟକ ହେବ। ବ୍ରହ୍ମପୁର ସରକାରୀ ଆଇଟିଆଇ ଦ୍ବାରା ସ୍ୱଳ୍ପ ଖର୍ଚ୍ଚରେ ପ୍ରସ୍ତୁତ କରାଯାଇଛି ଏଭଳି ଦୁଇଟି ବିଚ୍ କ୍ଲିନିଂ ଟୁଲ୍। ଆଜି ଗୋପାଳପୁର ବେଳାଭୂମି ଠାରେ ଏକ କାର୍ଯ୍ୟକ୍ରମରେ ଏହାକୁ ଉଦ୍‌ଘାଟନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ଭି ଭାସନ୍।

ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ସଫା କରିବା ପାଇଁ ଏଭଳି ୨୦ଟି ଉପକରଣ ପ୍ରସ୍ତୁତ କରିବା ପାଇଁ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। ପରିବେଶ ଅନୁକୂଳ ଏହି ଉପକରଣ ନୂଆ ବର୍ଷରେ ଆଇଟିଆଇ ଦ୍ବାରା ଏକ ନୂଆ ଉଦ୍‌ଭାବନ ଯାହା ବେଳାଭୂମି ସ୍ଵଚ୍ଛତା ଅଭିଯାନରେ ଅଧିକ ସହାୟକ ହେବ ବୋଲି କହିଛନ୍ତି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ। ଏହି ଅବସରରେ ଉକ୍ତ ମେସିନ୍ ବ୍ୟବହାର କରି ଓ ଶତାଧିକ ଆଇଟିଆଇ ପ୍ରଶିକ୍ଷାର୍ଥୀ ଏବଂ ଅତିଥିଗଣ ବେଳାଭୂମି ସଫେଇ କରିଥିଲେ।

Comments are closed.