ରାଜ୍ୟରେ ଅକ୍ସିଜେନ ଅଭାବ ରହିବ ନାହିଁ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଅକ୍ସିଜେନ ଅଭାବ ହେବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଓମିକ୍ରନ ସଂକ୍ରମଣ ନେଇ ସମୀକ୍ଷା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଶିଶୁଙ୍କ ପାଇଁ ମୋଟ ୧ ହଜାର ୧୭୯ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ୯୩୭ଟି ଜେନେରାଲ୍ ବେଡ୍‌, ୨୪୨ଟି ଆଇସିୟୁ ଓ ୧୧୦ଟି ଭେଂଟିଲେଟର ରହିଛି । ଯଦି ଆବଶ୍ୟକ ପଡେ, ତେବେ ବେଡ୍ ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ପ୍ରଶାସନକୁ କୁହାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଟିକାକରଣ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

Comments are closed.