ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନିଷ୍ପତ୍ତି, ସରଳ ହେବ ଜମି ବିକ୍ରି ଓ ଲିଜ୍

ଭୁବନେଶ୍ୱର- ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଅଧୀନ ଜମି ସଂପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ଅଧିନିୟମରେ ସଂଶୋଧନ ନିଷ୍ପତ୍ତି ନିଆଯାଇଛି । ନିୟମ ଅନୁସାରେ ଶ୍ରୀମନ୍ଦିର ଅଧୀନ ଜମି ବିକ୍ରି ଓ ଲିଜ୍ ପାଇଁ ଅଧିକୃତ ପ୍ରଜାଙ୍କୁ ଅନୁମତି ଦରକାର ହେଉଥିଲା । କିନ୍ତୁ ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ଆଉ ଅନୁମୋଦନ ଦରକାର ନାହିଁ । ଏଣିକି ନିର୍ଦ୍ଦିଷ୍ଟ ଅଧିକାରୀ ହସ୍ତାନ୍ତରୀକରଣ କ୍ଷମତା ପାଇବେ ।

Comments are closed.