ଆଜିଠାରୁ ଭୁବନେଶ୍ୱର ଆସୁୁଥିବା ସବୁ ବିମାନଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ

ଭୁବନେଶ୍ୱର – କୋରୋନାର ତୃତୀୟ ଲହରର ମୁକାବିଲା ପାଇଁ ସାରା ରାଜ୍ୟରେ ଆଜିଠାରୁ ନୂଆ କଟକଣା ଲାଗୁ ହୋଇଥିବା ବେଳେ ବିଏମସି ପକ୍ଷରୁ ବିମାନଯାତ୍ରୀଙ୍କ ଉପରେ କଡା ନଜର ରଖାଯିବ । ଭୁବନେଶ୍ୱରକୁ ଆସୁଥିବା ସବୁ ବିମାନଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି । ଆଜିଠାରୁ ସବୁ ବିମାନଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ଆସିବା ଯାଏଁ ସଂପୃକ୍ତ ଯାତ୍ରୀ ହୋମ ଆଇସୋଲେସନରେ ରହିବେ । ଅନ୍ୟ ସହରକୁ ଭାୟା ଭୁବନେଶ୍ୱର ଯାଉଥିବା ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ଆବଶ୍ୟକ ନାହିଁ ।

Comments are closed.