କୋଭିଡ ନିୟନ୍ତ୍ରଣ ପଦକ୍ଷେପ : ବ୍ରହ୍ମପୁର ମହାନଗର ନିଗମରେ ସବୁ ଧାର୍ମିକ ପୀଠ ସର୍ବସାଧାରଣଙ୍କ ପାଇଁ ବନ୍ଦ

ବ୍ରହ୍ମପୁର –କୋରୋନାର ତୃତୀୟ ଲହର ଆସିଯାଇଥିବା ବେଳେ ରାଜ୍ୟରେ ଦ୍ରୁତଗତିରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ ସ୍ଥାନୀୟ ସ୍ତରରେ କଟକଣା ଜାରି କରିବାକୁ ପ୍ରଶାସନକୁ କ୍ଷମତା ଦିଆଯାଇଛି । ଏ କ୍ରମରେ ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ଅଂଚଳରେ ଥିବା ସବୁ ଉପାସନା ପୀଠ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ୯ ତାରିଖ ( ବୁଧବାର ) ସକାଳ ୫ଟାରୁ ଫେବ୍ରୁଆରୀ ପହିଲା ସକାଳ ୫ ଯାଏଁ ବିଇଏମସି ଅଂଚଳରେ ସବୁ ମନ୍ଦିର, ମସଜିଦ, ଗୀର୍ଜୀ ଓ ଅନ୍ୟ ଉପାସନା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ନୀତିକାନ୍ତି ପାଇଁ ସୀମିତ ସେବାୟକ ଓ ପୂଜାରୀଙ୍କୁ ନେଇ ହେବ । କୌଣସି ପ୍ରକାର ଧାର୍ମିକ ସମାବେଶ ନ କରିବାକୁ କଡା ନିର୍ଦ୍ଦେଶ ହୋଇଛି । ଏହାର ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

Comments are closed.