ପାରଳାଖେମୁଣ୍ଡିରେ ଏକ ଅଜଣା ହେଲିକପଟରର ସନ୍ଦେହଜନକ ଉଡାଣ, ପ୍ରଶାସନ ପାଖରେ ଖବର ନାହିଁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ଅଜଣା ହେଲିକପ୍ଟରର ସନ୍ଦେହଜନକ ଉଡାଣ ଦେଖିବାକୁ ମିଳିଛି । ସ୍ଥାନୀୟ ଗଜପତି ଷ୍ଟାଡିୟମରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା ହେଲିକପଟରର ପାଇଲଟ୍ । ହେଲେ ପିଲାଏଁ ସେଠାରେ ଖେଳୁଥିବାରୁ ହେଲିକପଟର ସେଠାରେ ଅବତରଣ ନ କରି ଚାଲିଯାଇଥିବା ସୂଚନା ମିଳିଛି । ତେବେ, ଏ ନେଇ ସ୍ଥାନୀୟ ପ୍ରଶାସନ ପାଖରେ କୌଣସି ଖବର ନାହିଁ । ହେଲିକପଟରଟି କାହାର ଓ କେଉଁଠୁ ଆସିଥିଲା ସେ ନେଇ ଏଯାଏଁ କିଛି ସୂଚନା ନାହିଁ ।

Comments are closed.