ଆଜିଠାରୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ୍

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ପ୍ରିକସନ ବା ବୁଷ୍ଟର ଡୋଜ୍ ଦିଆଯିବ । ଏ ନେଇ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି କରିଛି । ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା, ୬୦ ବର୍ଷରୁ ଅଧିକ ବର୍ଗର ଯେଉଁମାନଙ୍କର ଦ୍ୱିତୀୟ ଡୋଜ୍ ଟିକା ନେବାର ୩୯ ସପ୍ତାହ ହୋଇସାରିଥିବ, ସେମାନଙ୍କୁ ଏହି ବୁଷ୍ଟର ଡୋଜ୍ ଦିଆଯିବ ।

ରାଜ୍ୟରେ ୬୦ ବର୍ଷରୁ ଅଧିକ ପ୍ରାୟ ୬୦ ଲକ୍ଷ ୩୭ ହଜାର ଲୋକ ବୁଷ୍ଟର ଡୋଜ୍ ନେବେ । ୭ ଲକ୍ଷ ୫ ହଜାର ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ବି ବୁଷ୍ଟର ଡୋଜ୍ ନେବେ । ଯେଉଁମାନଙ୍କର ଦ୍ୱିତୀୟ ଡୋଜ୍ ଟିକାର ୩୯ ସପ୍ତାହ ପୁରୁଥିବ, ସେହି ଦିନ ଟିକା ନେବା ପାଇଁ ପଂଜୀକୃତ ନମ୍ବରରେ ମେସେଜ ପଠାଯାଉଛି । ଏହାପରେ ସ୍ଲଟ ବୁକିଂ କରି ଟିକା ନେଇହେବ । ଏବେ ବୁଷ୍ଟର ଡୋଜ୍ ପାଇଁ ଭିଡ ହେବ ନାହିଁ । ହେଲେ ଧୀରେ ଧୀରେ ଏଥିପାଇଁ ଭିଡ ହେବ । ତେଣୁ ଆଗାମା ଦିନରେ ଅଧିକରୁ ଅଧିକ ଟିକାଦାନ କେନ୍ଦ୍ର କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

Comments are closed.