ରାଜ୍ୟରେ ୫ ହଜାର ମୁହାଁ ଦୈନିକ କୋରୋନା ସଂକ୍ରମଣ, ସକ୍ରିୟ ମାମଲା ୨୦ ହଜାର ପାର, ମୁଖ୍ୟମନ୍ତ୍ରୀ କରିବେ ସ୍ଥିତିର ସମୀକ୍ଷା

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୪ ହଜାର ୮୨୯ କୋରୋନା ପଜିଟିଭ । ସଙ୍ଗରୋଧରୁ ୨ ହଜାର ୮୨୩ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କର ୪୪୮ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୬୯ ନୂଆ ଆକ୍ରାନ୍ତ । ସମ୍ବଲପୁର ଜିଲ୍ଲାରୁ ୬୪୪ ଓ କଟକରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୨୧୦, ଝାରସୁଗୁଡାରୁ ୧୮୯, ମୟୂରଭଞ୍ଜରୁ ୧୬୨, ପୁରୀରୁ ୧୩୦, ବଲାଙ୍ଗିରରୁ ୧୦୪, ନବରଙ୍ଗପୁରରୁ ୮୫, ବରଗଡରୁ ୮୪, ରାୟଗଡାରୁ ୮୨, କୋରାପୁଟରୁ ୭୭, ଅନୁଗୁଳରୁ ୬୯, ଭଦ୍ରକରୁ ୬୯,ଯାଜପୁରରୁ ୬୬, କେନ୍ଦୁଝରରୁ ୬୩, ନୂଆପଡାରୁ ୫୧, ଗଞ୍ଜାମରୁ ୪୯, କଳାହାଣ୍ଡିରୁ ୪୮, ଜଗତସିଂହପୁରରୁ ୪୬, ଗଜପତିରୁ ୩୨, ସୋନପୁରରୁ ୩୨, ନୟାଗଡରୁ ୨୪, କେନ୍ଦ୍ରାପଡାରୁ ୨୪,ଢେଙ୍କାନାଳରୁ ୨୩, ଦେବଗଡରୁ ୧୯, ମାଲକାନଗିରିରୁ ୧୧, କନ୍ଧମାଳରୁ ୮, ବୌଦ୍ଧରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ସକ୍ରିୟ ମାମଲା ୨୦ ହଜାର ୫୬୦କୁ ବୃଦ୍ଧି ପାଇଛି । ରାଜ୍ୟରେ ତୃତୀୟ ଲହର ପ୍ରଭାବ ଯୋଗୁଁ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥିତିର ସମୀକ୍ଷା କରିବେ ।

Comments are closed.