ବୁଷ୍ଟର ଡୋଜ୍ ଟିକା ପ୍ରଦାନ ଆରମ୍ଭ, ବିଧାନସଭା ପରିସରରେ ଟିକା ନେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର- ରାଜ୍ୟରେ ଆଜି ବୁଷ୍ଟର ଡୋଜ୍ ଟିକା ପ୍ରଦାନ ଆରମ୍ଭ ହୋଇଛି । ୬୦ ବର୍ଷରୁ ଅଧିକ ବୟସର ଲୋକ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକା ଦିଆଯାଉଛି । ଯେଉଁମାନେ ଦ୍ୱିଡୀୟ ଡୋଜ୍ କୋଭିଡ ଟିକା ନେଇଥିବାର ୩୯ ସପ୍ତାହ ହୋଇସାରିଥିବ , ସେମାନେ ବୁଷ୍ଟର ବା ପ୍ରିକସନ ଡୋଜ୍ ନେଇପାରିବେ । ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ବୁଷ୍ଟର ଡୋଜ୍ ନେଇଛନ୍ତି । ବିଧାନସଭା ପରିସରରେ କୋଭିଡର ଏହି ଡୋଜ୍ ନେଇଛନ୍ତି ବାଚସ୍ପତି ।

Comments are closed.