ମିହିର ଦାସଙ୍କୁ ଅଶ୍ରୁଳ ବିଦାୟ : ଗାର୍ଡ ଅଫ ଅନର ସହ ସତୀ ଚଉରାରେ ଶେଷକୃତ୍ୟ ସଂପନ୍ନ

କଟକ –ଲୋକପ୍ରିୟ ଅଭିନେତା ମିହିର ଦାସଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି । ପଂଚଭୂତରେ ବିଲୀନ ହୋଇଛି ମିହିରଙ୍କ ପାର୍ଥିବ ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇ କଟକର ସତୀ ଚଉରାରେ ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପୁଅ ଅମ୍ଲାନ ଦାସ ବାପାଙ୍କୁ ମୁଖାଗ୍ନି ଦେଇଥିଲେ । ଆଜି ତାଙ୍କ ପାର୍ଥିବ ଶରୀରକୁ କଟକ ସିଡିଏ ସ୍ଥିତ ବାସଭବନରୁ ଅଣାଯାଇ ସତୀ ଚଉରାକୁ ନିଆଯାଇଥିଲା । ଗତକାଲି ୬୩ ବର୍ଷ ବୟସରେ ମିହିର ଦାସଙ୍କ ଦେହାନ୍ତ ହୋଇଯାଇଥିଲା ।

Comments are closed.