ରାଜ୍ୟରେ ଦିନକରେ ରେକର୍ଡ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଓଡିଶାରେ ଆଉ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟରେ ଏତେ ସଂଖ୍ୟକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଥମ । ରାଜ୍ୟରେ ଏବେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଆଇଏଲଏସ ପକ୍ଷରୁ ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି । ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବାବଦରେ ସଂପୂର୍ଣ୍ଣ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ଦେବ ।

Comments are closed.