କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଅଧିକ ସତର୍କତା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ – କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ପୂର୍ବ ଭାରିଆଂଟ ଅପେକ୍ଷା ଓମିକ୍ରନ ଦ୍ରୁତଗତିରେ ମାଡି ଚାଲିଛି । ଆମେରିକାରେ ଏବେ ଦୈନିକ ସଂକ୍ରମଣ ୧୪ ଲକ୍ଷ ଟପିଛି । ତେଣୁ ଆମକୁ ଅଧିକ ସତର୍କ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଶେଷକରି ପୂଜା ପାର୍ବଣରେ ଭିଡ ନ ଜମାଇ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ମୋଦି କହିଛନ୍ତି । ଦେଶରେ ୯୨ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ଓ ୭୦ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି । ୩ କୋଟି କିଶୋର ମଧ୍ୟ ଟିକା ନେଇସାରିଛନ୍ତିା ରାଜ୍ୟଗୁଡିକ ନିକଟରେ ପର୍ଯ୍ୟାପ୍ତ ଟିକା ମହଜୁଦ ରହିଛି । ସ୍ଥାନୀୟ ଅଂଚଳରେ କଂଟେନମେଂଟ ଜୋନକୁ ଗୁରୁତ୍ୱ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଛନ୍ତି ।

Comments are closed.