କୋଟିଆର ସମସ୍ତ ୧୩ଟି ୱାର୍ଡରେ ହେବ ପଂଚାୟତ ନିର୍ବାଚନ : କୋରାପୁଟ ଜିଲ୍ଲାପାଳ

ଜୟପୁର – କୋରାପୁଟ କୋଟିଆର ସମସ୍ତ ୧୩ଟି ୱାର୍ଡରେ ହେବ ପଂଚାୟତ ନିର୍ବାଚନ । କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତାର ଏହି ସୂଚନା ଦେଇଛନ୍ତି । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ନିର୍ବାଚନରେ ବାଧା ଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେ କହିଛନ୍ତି ଯେ, ଜିଲ୍ଲାରେ ଗତ ୫ ବର୍ଷରେ ନକ୍ସଲ ଗତିବିଧ କମିଛି । ତେଣୁ ଏଥର ନିର୍ବାଚନରେ ଅତ୍ୟନ୍ତ ସମ୍ବେଦନଶୀଳ ସାଧାରଣ ବୁଥ୍ ଭାବେ ପରିଗଣିତ ହେବ ।

Comments are closed.