ତିନି ଦିନ ପାଇଁ ରାଜ୍ୟର ୧୩ଟି ଜିଲ୍ଲାକୁ ଘନ କୁହୁଡି ସତର୍କତା

ଭୁବନେଶ୍ୱର- ରାଜ୍ୟର ୧୩ଟି ଜିଲ୍ଲାକୁ ଘନ କୁହୁଡି ସତର୍କତା ଜାରି କରାଯାଇଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୩ଟି ଜିଲ୍ଲା ପାଇଁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ । ୧୭, ୧୮ ଓ ୧୯ ତାରିଖ ପାଇଁ କୋରାପୁଟ,ନବରଙ୍ଗପୁର,ମାଲକାନଗିରି, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ନୟାଗଡ, ରାୟଗଡା,କଟକ,ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ କୁହୁଡି ସତର୍କତା ଜାରି କରାଯାଇଛି । ରାଜ୍ୟର କିଛିି ଜିଲ୍ଲାରେ ଅଦିନିଆ ବର୍ଷା ପରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବରୁ କହିଥିଲା ।

Comments are closed.