ବିରଜୁ ମହାରାଜଙ୍କ ମୃତ୍ୟୁ ଅପୂରଣୀୟ କ୍ଷତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କଥକ ନୃତ୍ୟର କିମ୍ବଦନ୍ତୀ ପୁରୁଷ ବିରଜୁ ମହାରାଜଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଜୁ ମହାରାଜ ନିଜେ ଜଣେ ପ୍ରତିଷ୍ଠାନ ଥିଲେ । ଏହି କିମ୍ବଦନ୍ତୀଙ୍କ ଅବର୍ତ୍ତମାନ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକସନ୍ତପ୍ତ ପରିବାର, ତାଙ୍କ ଅନୁଗାମୀଙ୍କ ପ୍ରତିସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.