ଓମିକ୍ରନ ଅଧିକ ମ୍ୟୁଟେସନ ହୋଇଥିବାରୁ ଘାତକ ହୋଇପାରୁ ନାହିଁ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର – ଡେଲଟା ଭାଇରସ ଏ ଯାଏ ସମାପ୍ତ ହୋଇନାହିଁ । ଡେଲଟାଠାରୁ ଓମିକ୍ରନ ୭୦ ଗୁଣା ଅଧିକ ମ୍ୟୁଟେସନ ହେଉଛି । ଅଧିକ ମ୍ୟୁଟେସନ ଓମିକ୍ରନ ଭୂତାଣୁ ହାଲିଆ ହୋଇଯାଇଥିବାରୁ ଏହା ଘାତକ ହୋଇପାରୁନାହିଁ । କୋଭିଡ ସ୍ଥିତି ଓ ସଚେତନତା ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟରେ ଏହି ମତ ରଖିଛନ୍ତି ଡାକ୍ତର କ୍ଷିରୋଦ କୁମାର ରାଉତ । ଡେଲଟା ଭାରିଆଂଟ୍ ମ୍ୟୁଟେଟ୍‌କରି ଫୁସଫୁସକୁ ଯେତେ ପରିମାଣରେ କ୍ଷତି କରୁଥିଲେ,ଓମିକ୍ରନ ତାହାର୧୦ ଗୁଣ କମ୍ କ୍ଷତି କରୁଛି । ଡେଲଟା ୧୦ ଗୁଣା ସଂକ୍ରମଣ କରୁଥିବା ବେଳେ ଓମିକ୍ରନ ୩୦ ଗୁଣା ସଂକ୍ରମଣ କରୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

Comments are closed.