୧୬ ନମ୍ବର ଜାତୀୟ ରାଜପଥରେ ଆଉ ଏକ ଲୁଟ୍‌, ପେଟ୍ରୋଲ ପମ୍ପରୁ ଟଙ୍କା ଧରି ପଳାଇଗଲେ ଦୁର୍ବୁତ୍ତ

ଖୋର୍ଦ୍ଧା – ୧୬ ନମ୍ବର ଜାତୀୟ ରାଜପଥରେ ଆଉ ଏକ ଲୁଟ୍ । ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପରୁ ଦୁର୍ବୁତ୍ତମାନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଗତକାଲି ରାତିରେ ଘଟିଛି ଏହି ଘଟଣା । ଗତକାଲି ରାତି ୧୦ଟା ବେଳେ ତିନି ଜଣ ଦୁର୍ବୁତ୍ତଗୋଟିଏ ବାଇକରେ ପେଟ୍ରୋଲ ପମ୍ପକୁ ଆସି ତେଲ ପକାଇବାକୁ କହିଥିଲେ । ପରେ ଦୁଇ ଜଣ ଯୁବକ କ୍ୟାସ୍ କାଉଂଟର ଭିତରେ ପଶି ଯାଇ କର୍ମଚାରୀଙ୍କୁ ଆକ୍ରମଣ କରି ଦୁଇ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ । ସେମାନେ ଫାଙ୍କା ଗୁଳି ଚାଳନା କରିଥିବା ଜଣାପଡିଛି । ଜଙ୍କିଆ ଥାନା ପୋଲିସ ସିସିଟିଭ ଫୁଟେଜ ଆଧାରରେ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.