ଭୁବନେଶ୍ୱରରେ ବଡ ଧରଣର ସାଇବର ଠକେଇ, ଏମଏନପି ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କଠାରୁ ୧୩ ଲକ୍ଷ ଟଙ୍କା ଲୁଟ୍‌

ଭୁବନେଶ୍ୱର- ରାଜଧାନୀରେ ବଡ ଧରଣର ସାଇବର ଠକେଇ । ୧୦ ଟଙ୍କା ଦେଇ ସାଇବର ଠକ ୧୩ ଲକ୍ଷ ଟଙ୍କା ଲୁଟି ନେଇଛି । ଶୈଳଶ୍ରୀ ବିହାର ଅଂଚଳରେ ସଦାଶିକ ମହାନ୍ତି ଏହି ଠକାମୀର ଶିକାର ହୋଇଛନ୍ତି । ଟିସିଏଲର ପୂର୍ବତନ ଅଧିକାରୀ ସଦାଶିବ ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ଆବେଦନ କରିଥିଲେ । ଏହାର ଫାଇଦା ନେଇ ସାଇବର ଠକ ଓଟିପି ପଠାଇ ଲିଙ୍କରେ କ୍ଲିକ କରିବାକୁ କହିଥିଲେ । ଲିଙ୍କ୍ କ୍ଲିକ୍ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଂଟ୍ ଖାଲି ହୋଇଯାଇଥିଲା । ଏ ସଂପର୍କରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

Comments are closed.