ଆଜି ୫୨ ହଜାର ୮୬୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର – ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ତୃତୀୟ ଦିନରେ ଆଜି ମୋଟ ୫୨ ହଜାର ୮୬୮ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ୩୭ ହଜାର ୨୩୨ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ, ୮ ହଜାର ୯୪୭ ସରପଂଚ ପ୍ରାର୍ଥୀ, ସମିତି ସଭ୍ୟ ପାଇଁ ୬ ହଜାର ୨୦୫ ଓ ଜିଲ୍ଲା ପରିଷଦ ପାଇଁ ୪୮୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆସନ୍ତା ମାସ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ୧୭ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୮ ହଜାର ୭୭୨ ଓ ଦ୍ୱିତୀୟ ଦିନରେ ୩ ହଜାର ୩୫୬ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

Comments are closed.