ପଂଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଯାଂଚ, ମୋଟ ୨୨୮୦୭୯ ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ୧୭ ତାରିଖଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ପ୍ରକ୍ରିୟା । ଗତ କାଲି ଥିଲା ନାମାଙ୍କନ ଦାଖଲର ଶେଷ ଦିନ । ମୋଟ ୨ ଲକ୍ଷ ୨୮ ହଜାର ୭୯ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗତକାଲି ଶେଷ ଦିନରେ ମୋଟ ୯୪ ହଜାର ୬୦୫ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ଆଜି ପ୍ରାର୍ଥିପତ୍ର ଯାଂଚ କରାଯିବା ସହ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଜାନୁଆରୀ ୨୫ ତାରିଖ ଅପରାହ୍ନ ୩ଟା ଯାଏ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ ।
ଏଥର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମୋଟ ୯୧ ହଜାର ୯୧୩ ଜଣ ୱାର୍ଡମେମ୍ବର, ୬ ହଜାର ୭୯୪ ଜଣ ସରପଂଚ, ୬ ହଜାର ୭୯୩ ପଂଚାୟତ ସମିତି ସଭ୍ୟ ଓ ୮୫୩ ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ମୋଟ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୫ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଫେବ୍ରୁଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ।

Comments are closed.