ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ : ମଇଦାନରେ ୨ ଲକ୍ଷରୁ ଅଧିକ ପ୍ରାର୍ଥୀ, ୮ ହଜାରରୁ ଅଧିକ ପ୍ରାର୍ଥିପତ୍ର ନାକଚ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାତନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଯାଂଚ୍ । ଯାଂଚ ପରେ କାଏମ ରହିଛି ୨ ଲକ୍ଷ ୨୦ ହଜାର ୪୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର । ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏର ରହିଥିବା ବେଳେ ସରପଂଚ ପଦ ପାଇଁ ୩୨ ହଜାର ୮୬୦, ପଂଚାୟତ ସମିତି ସଭ୍ୟ ପଦ ପାଇଁ ୨୭ ହଜାର ୩୪ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ଜିଲ୍ଲା ପରିଷଦ ପାଇଁ ୩ ହଜାର ୭୬୭ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।

ଯାଂଚ ପରେ ୮ ହଜାର ୬୪୮ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି । ୫ ହଜାର ୫୪୪ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ବେଳେ ସରପଂଚ ପଦ ପାଇଁ ୧ ହଜାର ୭୫୩, ପଂଚାୟତ ସମିତି ସଭ୍ୟ ପଦ ପାଇଁ ୧୧୧୯ଟି ପ୍ରାର୍ଥିପତ୍ର ନାକଚ ହୋଇଛି । ୨୩୨ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି ।

Comments are closed.