ରାଜ୍ୟରେ ଆଉ ୨୨୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୨୫ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସଙ୍ଗରୋଧରୁ ୧୩୨ ଓ ସ୍ଥାନୀୟ ଅଞ୍ଚଳରୁ ୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୩୭ ଜଣ ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭, ସମ୍ବଲପୁର ଜିଲ୍ଲାରୁ ୨୩, ସୁନ୍ଦରଗଡରୁ ୧୩, ବାଲେଶ୍ୱରରୁ ୧୨, କଟକରୁ ୧୧, ମୟୂରଭଞ୍ଜ ଜିଲ୍ଲାରୁ ୧୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରୁ ୯, କେନ୍ଦୁଝରରୁ ୬, ଦେବଗଜରୁ ୫, ଯାଜପୁରରୁ ୪, କେନ୍ଦ୍ରାପଡାରୁ ୪, ନୂଆପଡାରୁ ୪, ବଲାଙ୍ଗିରରୁ ୩, ପୁରୀରୁ ୩, ବରଗଡରୁ ୨, ଭଦ୍ରକରୁ ୨, ନବରଙ୍ଗପୁରରୁ ୨, ରାୟଗଡାରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ଟି ଜିଲ୍ଲାରୁ କୌଣସି ମାମଲା ରିପୋର୍ଟ ହୋଇ ନ ଥିବା ବେଳେ ଷ୍ଟେଟ ପୁଲରୁ ୨୦ଟି ମାମଲା ଆସିଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୪ ହଜାର ୬୦୬ ଜଣ ଲୋକୋ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ୧୦ ଲକ୍ଷ ୪୪ ହଜାର ୪୪୩ ଜଣ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ୧ ହଜାର ୬୫୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।

Comments are closed.