ନୟାଗଡରେ ୪ କେଜିରୁ ଅଧିକ ବ୍ରାଉନସୁଗାର ଜବତ

ନୟାଗଡ- ନୟାଗଡରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ନୟାଗଡ ପିଡବ୍ଲୁଡି ଲେନରେ ଏସଟିଏଫ ଚଢାଉ କରି ୪ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ କୋଟି ହେବ । ବ୍ରାଉନସୁଗାର ସମେତ ୬୦ ଲକ୍ଷରୁ ଅଧିକ ନଗଦ ଟଙ୍କା , ୩ଟି ପିସ୍ତଲ ଓ ବହୁ ଅଫୁଟା ଗୁଳି ଜବତ କରିଛି ଏସଟିଏଫ । ହେଲେ ଅଭିଯୁକ୍ତ ଫେରାର ହୋଇଯାଇଛି । କିିଛିମାସ ଧରି ଅଭିଯୁକ୍ତ ଜଣକ ଭଡା ଘର ନେଇ ନିଜ ପରିବାର ସହ ରହୁଥିବା ସୂଚନା ମିଳିଛି । ତେବେ, ଅଭିଯୁକ୍ତଙ୍କର ନାମ ପ୍ରକାଶ କରିନାହିଁ ଏସଟିଏଫ ।

Comments are closed.