କୋଟିଆରେ ନିର୍ବାଚନ ଏଡାଇବା ଉଦ୍ୟମ ବିଫଳ, ସର୍ବଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ଲଢିବେ ସ୍ୱାଧୀନ ପ୍ରାର୍ଥୀ, ଷଡଯନ୍ତ୍ର ବୋଲି କହିଲେ ବିଜେଡି ଓ ବିଜେପି

ଜୟପୁର – କୋରାପୁଟ ଜିଲ୍ଲା କୋଟିଆରେ ନିର୍ବାଚନ ହେବ । ନିର୍ବାଚନ ଏଡାଇବା ନେଇ ଆଜି ସର୍ବଦଳୀୟ ବୈଠକ ଉଦ୍ୟମ ସଫଳ ରହିନାହିଁ । ତେଣୁ ପଟାଙ୍ଗୀ ଜୋନ୍ -୧ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ବିପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ଟିକାଇ ଗେମେଲ । ସର୍ବଦଳୀୟ କମିଟି ଜଣେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ସେଥିରେ ସଫଳତା ମିିଳିଛି । କିନ୍ତୁ କିଛି କୁଚକ୍ରୀ ଗୋଷ୍ଠୀ ଷଡଯନ୍ତ୍ର କରି ପ୍ରାର୍ଥୀ ଦେଇଛନ୍ତି ବୋଲି ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ କହିଛନ୍ତି । ତେବେ, ଆମେ ସମସ୍ତେ ସର୍ବଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ରହିଛୁ ବୋଲି ସେ କହିଛନ୍ତି । ନିର୍ବାଚନ ଏଡାଇବା ସହ ଆନ୍ଧ୍ରକୁ ଗୋଟିଏ ମେସେଜ୍ ଦେବା ପାଇଁ ମିଳିତ ପ୍ରାର୍ଥୀ ଦିଆଯାଇଥିଲା । ତେବେ, ସମସ୍ତ ଚେଷ୍ଟା ସତ୍ତ୍ୱେ ଜଣେ ପ୍ରାର୍ଥୀ ହୋଇଛନ୍ତି । ଏସବୁ ପଛରେ କିଛି ନା କିଛି ଅଦୃଶ୍ୟ ଶକ୍ତି କାମ କରୁଛି ବୋଲି ବିଜେପିି ନେତା ଜୟରାମ ପାଙ୍ଗୀ କହିଛନ୍ତି ।

Comments are closed.