ବିଜେପି ସାଂସଦ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି.ଶ୍ରୀନିବାସ ପ୍ରସାଦଙ୍କ ପରଲୋକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚାମରାଜନଗରର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ସୋମବାର ପରଲୋକ ହୋଇଯାଇଛି । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ଗତ ଚାରି ଦିନ ଧରି ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ପତ୍ନୀ ଏବଂ ତିନି ଝିଅ ଅଛନ୍ତି।

ଶ୍ରୀନିବାସ ଚାମରାଜାନଗରରୁ ୬ ଥର ସାଂସଦ ଓ ମହୀଶୂର ଜିଲ୍ଲାର ନଞ୍ଜନଙ୍ଗୁଡ ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ଥିଲେ । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଭି ଶ୍ରୀନିବାସ ପ୍ରସାଦ ରାଜନୀତିରୁ ଅବସର ଘୋଷଣା କରିଥିଲେ।

Comments are closed.