କନିକା ରାଜପରିବାର ମର୍ଡର ମାମଲା : ମାଆଙ୍କୁ ହତ୍ୟା କରିଥିବା ଗୋପାଳ ଭଂଜଦେଓ ଗିରଫ, କଟୁରୀ ଜବତ

କଟକ- କନିକା ରାଜପରିବାରରେ ସଂଘଟିତ ବୀଭତ୍ସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଭଞ୍ଜଦେଓକୁ ଗିରଫ କରଯାଇଛି । ଗୋପାଳ ଭଞ୍ଜଦେଓ ନିଜ ମାଆଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କମିଶନରେଟ ପୋଲିସ ଗୋପାଳକୁ ଗିରଫ କରିବା ସହ କଟୁରୀ ଜବତ କରିଛି । ପାରିବାରିକ କଳହକୁ କେନ୍ଦ୍ର କରି ମାଆ ପରେଶ କୁମାରୀ ଭଂଜଦେଓଙ୍କୁ ଗୋପାଳ ହତ୍ୟା କରିଥିବା କୁହାଯାଇଛି । କଟକର ଶ୍ରୀବିହାର କଲୋନୀରେ ଆଜି ସଂଘଟିତ ହୋଇଥିଲା ଏହି ହାଇପ୍ରୋଫାଇଲ ମର୍ଡର । ଅଭିଯୁକ୍ତ ଗୋପାଳର ମାନସିକ ବିକୃତି ଥିବା ବେଳେ ସେ ତିନିଟି ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ତାଙ୍କଠାରୁ ଦୂରରେ ରହୁଥିଲେ । ତେବେ,ଗୋପାଳ ଓ ମାଆଙ୍କ ମଧ୍ୟରେ ସଂପତ୍ତିକୁ ନେଇ ସବୁବେଳେ ବିବାଦ ଚାଲିଥିଲା ବୋଲି ଜଣାପଡିିଛି ।

Comments are closed.