୧୨୬ ସରପଂଚ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର -ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ହେଲା ପରେ ଏଥର ବିନା ପ୍ରତିଦ୍ୱନ୍ଦିତାରେ ୩୬ ହଜାର ୯୭୬ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଏ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ଏଥର ଗୋଟିଏ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗ୍ରହଣ ହେବ ନାହିଁ । କାରଣ ଏହି ଆସନରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବରଗଡର ଅମ୍ବାଭୋନା ବ୍ଲକ୍ ଜୋନ୍ -୨ର ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ମୋଟ ୧୨୬ ଜଣ ସରପଂଚ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ୩୨୬ ସମିତି ସଭ୍ୟ, ୩୬ ହଜାର ୫୨୩ ୱାର୍ଡମେମ୍ବର ମଧ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଗ୍ରାମ ପଂଚାୟତର ସରପଂଚ ଓ ୨୩ ୱାର୍ଡମେମ୍ବର ପଦ ପାଇଁ ଆସନ୍ତାବର୍ଷ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.