ରାଜ୍ୟରେ ଓମିକ୍ରନ ସହ ଡେଲଟା ଭାରିଆଂଟ ରହିଛି, ବିପଦ ସଂପୂର୍ଣ୍ଣ ଟଳିନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଓମିକ୍ରନ ସହ ଡେଲଟା ଭାରିଆଂଟ ରହିଛି । କିଛି ଦିନ ତଳେ କରାଯାଇଥିବା ସାମ୍ପଲ ସର୍ଭେରୁ ଏହା ଜଣାପଡିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲଟା ଅଛି । ଯେହେତୁ ଡେଲ୍ଟା ଭାରିଆଂଟ୍ ଅଧିକ ଗୁରୁତର କରିଥାଏ, ତେଣୁ ବର୍ତ୍ତମାନ କୋରୋନା ବିପଦ ଟଳିନାହିଁ । ସ୍ଥିତି ସୁଧୁରୁଥିଲେ ମଧ୍ୟ ବିପଦ ଟଳିନାହିଁ ବୋଲି ନିଶ୍ଚିତ ଭାବେ ଆମେ କହିପାରିବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଥିପାଇଁ କୋଭିଡ ନିୟମ ଠିକ ଭାବେ ମାନି ନିଜକୁ ବିପଦମୁକ୍ତ ରଖିବା ଜରୁରୀ ବୋଲି ସେ କହିଛନ୍ତି । ଟିକା ନେଇ ନଥିଲେ ତୁରନ୍ତ ଟିକା ନେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କୋରୋନାର ନିଓକୋଭ ନାମକ ଏକ ଭାରିଆଂଟ୍ ବାହାରିଛି । ତେବେ, ଏହା ବର୍ତ୍ତମାନ ପକ୍ଷୀଙ୍କଠାରେ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି ।

Comments are closed.