କୋରୋନାର ଦ୍ରୁତ ହ୍ରାସ, ଦୈନିକ ସଂକ୍ରମଣ ୪ ହଜାର ତଳକୁ ଖସିଲା

ଭୁବନେଶ୍ୱର- ରାଜ୍ୟରେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ୪ ହଜାର ତଳକୁ ଖସିଛି ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୩ ହଜାର ୩୨୯ ନୂଆ ପଜିଟିଭ । ସଙ୍ଗରୋଧରୁ ୧ ହଜାର ୯୩୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୫୦୪ ଶିଶୁ ଓ କିଶୋର ।

ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୪୬ ଆକ୍ରାନ୍ତ । କଟକ ଜିଲ୍ଲାରୁ ୨୯୩, ସୁନ୍ଦରଗଡରୁ ୨୩୭, ମୟୂରଭଞ୍ଜରୁ ୧୪୫, ବାଲେଶ୍ୱରରୁ ୧୪୧, ନୂଆପଡାରୁ ୧୨୯, ନୟାଗଡରୁ ୧୨୦, ସମ୍ବଲପୁରରୁ ୧୧୫, କଳାହାଣ୍ଡିରୁ ୧୦୭, ଯାଜପୁରରୁ ୯୯, ନବରଙ୍ଗପୁରରୁ ୯୦, ଅନୁଗୁଳରୁ ୮୫, ଝାରସୁଗୁଡାରୁ ୭୪, କେନ୍ଦ୍ରାପଡାରୁ ୭୩, ଜଗତସିଂହପୁରରୁ ୭୦, ଦେବଗଡରୁ ୬୭, ବଲାଙ୍ଗିରରୁ ୬୭, ରାୟଗଡାରୁ ୬୬, ଗଜପତିରୁ ୬୪, ଢେଙ୍କାନାଳରୁ ୬୧, ପୁରୀରୁ ୫୬, ଭଦ୍ରକରୁ ୫୭, କୋରାପୁଟରୁ ୫୯, ବୌଦ୍ଧରୁ ୪୯, ବରଗଡରୁ ୪୬, ଗଞ୍ଜାମରୁ ୪୪, କନ୍ଧମାଳରୁ ୪୩, ସୋନପୁରରୁ ୩୫, ମାଲକାନଗିରିରୁ ୩୪, କେନ୍ଦୁଝରରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୧୩୬ଟି ମାମଲା ଆସିଛି ।
ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୭ ହଜାର ୨୧୦ ରହିଛି ।

Comments are closed.