ଯାଜପୁର ଜିଲ୍ଲାରେ ଶିଶୁକନ୍ୟା ବିକ୍ରି ମାମଲାରେ ମଧ୍ୟସ୍ଥ ଅଙ୍ଗନବାଡି କର୍ମୀଙ୍କ ସମେତ ୫ ଗିରଫ

ଚଣ୍ଡିଖୋଲ- ଯାଜପୁର ଜିଲ୍ଲା ଧର୍ମଶାଳା ଅଧୀନ କୋତପୁର ପଂଚାୟତର ସାନରାଇପଡାରେ ଶିଶୁକନ୍ୟା ବିକ୍ରି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଶିଶୁ ବିକ୍ରି ଘଟଣାରେ ବାପା, ମଧ୍ୟସ୍ଥତା କରିଥିବା ଅଙ୍ଗନବାଡି କର୍ମୀ ଓ ତାଙ୍କ ଭାଇ ସମେତ ଶିଶୁକନ୍ୟାକୁ କିଣିଥିବା ଦଂପତ୍ତିଙ୍କୁ ମଧ୍ୟ ଗିରଫ କରିଛି ଧର୍ମଶାଳା ପୋଲିସ ।

ସାନରାଇପଡାର ନଟବର ବେହେରାଙ୍କ ପତ୍ନୀ କାଂଚନ ବେହେରା ଗତ ୨୭ ତାରିଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ହେଲେ ଉତ୍କଟ ଦାରିଦ୍ର‌୍ୟତା ହେତୁ ନଟବର ନବଜାତ ଶିଶୁକନ୍ୟାକୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ଜଣେ ଦଂପତ୍ତିଙ୍କୁ ମାତ୍ର ୧୨ ହଜାର ଟଙ୍କାରେ ବିକି ଦେଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଅଂଚଳରେ ଏହା ଚର୍ଚ୍ଚା ହେବା ପରେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପଂହଚି ଶିଶୁକନ୍ୟାର ବାପାମାଆଙ୍କୁ ପଚରାଉଚରା କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା ।

Comments are closed.