ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି, ଚାରି ଆଇନଜୀବୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଲେ ସୁପ୍ରିମକୋର୍ଟ କଲେଜିୟମ

କଟକ- ଓଡିଶା ହାଇକୋର୍ଟରେ ଆଇ ଚାରି ବିଚାରପତିଙ୍କୁ ନିଯୁକ୍ତି ମିଳିବ । ଚାରି ଆଇନଜୀବୀଙ୍କୁ ବିଚାରପତି ଭାବେ ପଦୋନ୍ନତି ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଛନ୍ତି । ଗତ ୨୯ ତାରିଖରେ କଲେଜିୟମ ବୈଠକରେ ଏ ସଂପର୍କିତ ନିଷ୍ପତ୍ତି ନିଆଯାଇଛି । ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ଚାରି ଆଇନଜୀବୀ ହେଲେ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ରମଣ ମୁରାରୀ ।

Comments are closed.