ଠକେଇ ମାମଲାରେ ଦିୟା ଡେଇରୀ କଂପାନିର ଏମଡି ଅମ୍ରିତା କିଣ୍ଡୋ ଗିରଫ

ଭୁବନେଶ୍ୱର- ଠକେଇ ଅଭିଯୋଗରେ ଦିୟା ଡେଇରି ଆଗ୍ରୋ ପ୍ରୋସେସର ଏମଡି ଅମ୍ରିତା କିଣ୍ଡୋଙ୍କୁ ଗିରଫ କରାଯାଇଛି । ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ତାଙ୍କ ବିରୋଧରେ ୧୦୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ଥିଲା । ଅନ୍ନପୂର୍ଣ୍ଣା ଫାଇନାନ୍ସର ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ବନ୍ଧ ଫାଇନାନ୍ସର ଏମଡି ଅନ୍ନପୂର୍ଣ୍ଣା ପ୍ରାଇଭେଟ ଲିମିଟେଡ୍‌ର ଜାଲ କାଗଜପତ୍ର ଦେଇ ଏସଏଚଜି ଗ୍ରୁପକୁ ଋଣ ଦେବା ପାଇଁ ୫ କୋଟି ଟଙ୍କା ଋଣ ଆଣି ଆଉ ଫେରାଇ ନ ଥିଲେ । ୨୦୧୭ରୁ ୨୦୨୦ ମଧ୍ୟରେ ଉଭୟ କଂପାନି ମଧ୍ୟରେ ଟଙ୍କା ନେଣଦେଣର ପ୍ରମାଣ ପାଇଛି ଇଓଡବ୍ଲୁ । ୧୦୦ କୋଟିରୁ ଅଧିକ ଟଙ୍କା ହଡପ କରିଥିବା ତଦନ୍ତରୁ ଜଣାପଡିଥିଲା । ଦିୟା ଡେଇରୀ ଆଗ୍ରୋ ପ୍ରୋସେସର ହେଉଛି ସମ୍ବନ୍ଧ ଫାଇନାନ୍ସର ସିଷ୍ଟର କଂପାନୀ ।

Comments are closed.