ବିଶ୍ୱ ଆର୍ଦ୍ରଭୂମି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର-ଆଜି ହେଉଛି ବିଶ୍ୱ ଆର୍ଦ୍ରଭୂମି ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ବନ ସିଙ୍କ୍ ଭାବେ ଆର୍ଦ୍ରଭୂମି ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ରୋକିଥାଏ । ଜଳବାୟୁ ପରିବର୍ତ୍ତନ ଜନିତ ବିଭିନ୍ନ ସମସ୍ୟାରୁ ଆଶ୍ୱସ୍ତି ଦେବା ସହ ମଧୁର ଜଳର ସ୍ରୋତ ପାଲଟି ଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଶାର ଚିଲିକା ଓ ଭିତରକନିକା ଭଳି ମୂଲ୍ୟବାନ ଆର୍ଦ୍ରଭୂମିର ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.