ଦୁର୍ନୀତିଗ୍ରସ୍ତ ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ

ଭୁବନେଶ୍ୱର- ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଲା ପରେ ରାଜ୍ୟ ସରକାର ବରିଷ୍ଠ ଆଇଏଏ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିଥିଲେ ।

ବିନୋଦ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ଦେଖାଇ ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ବିନୋଦ କୁମାରଙ୍କ ବିରୋଧରେ ୨୭ଟି ଭିଜିଲାନ୍ସ ମାମଲା ଦାୟର କରିଥିଲେ ଓଡିଶା ସରକାର । ଏଥିରୁ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିନୋଦ କୁମାର ।

Comments are closed.