ରାଜ୍ୟସଭାରେ ବିଜେଡି ସଦସ୍ୟ ଉଠାଇଲେ ପିଏମ ଆବାସ ପ୍ରସଙ୍ଗ

ନୂଆଦିଲ୍ଲୀ – ରାଜ୍ୟସଭାରେ ବିଜେଡି ସଦସ୍ୟମାନେ ପିଏମ ଆବାସ ପ୍ରସଙ୍ଗ ଉଠାଇଛନ୍ତି । ଓଡିଶାକୁ ଅଧିକ ପିଏମ ଆବାସ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଗୃହରେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର, ଡକ୍ଟର ଅମର ପଟ୍ଟନାୟକ ଓ ସୁଜିତ କୁମାର ଏହି ପ୍ରସଙ୍ଗ ଉଠାଇଛନ୍ତି । ଓଡିଶା ପାଇଁ ପିଏମ ଆବାସ ଯୋଜନାରେ ଆବାସ ପ୍ଲସ ପୋର୍ଟାଲ ଖୋଲିବା ଓ ଆଦିବାସୀ ଅଂଚଳରେ ଅଧିକ ୬ ଲକ୍ଷ ଘର ଯୋଗାଇ ଦେବାକୁ ବିଜେଡି ସାଂସଦମାନେ ଦାବି କରିଛନ୍ତି । ଓଡିଶାକୁ ପିଏମ ଆବାସ ଯୋଜନାରେ ଅବହେଳା କରାଯାଉଥିବା ଅଭିଯୋଗ କରି ବିଜେଡି କେନ୍ଦ୍ରକୁ ସମାଲୋଚନା କରିଥିଲା । ପିଏମ ଆବାସ ଯୋଜନାରେ ଅଧିକ ଘର ଯୋଗାଇ ଦେବା ଦାବିରେ ମନ୍ତ୍ରୀ ପ୍ରତାପ ଜେନା , କେନ୍ଦ୍ରମନ୍ତ୍ରୀ ଗିରିରା ସିଂହକୁ ଚିଠି ଲେଖିଥିଲେ ।

Comments are closed.