ବ୍ୟବସାୟୀଙ୍କ ପୁଅ ଅପହରଣ ପଛରେ ସ୍କୁଲ ସାଙ୍ଗ ମାଷ୍ଟରମାଇଣ୍ଡ୍ !

ଭୁବନେଶ୍ୱର- ବ୍ୟବସାୟୀଙ୍କ ପୁଅ ଅପହରଣ ନେଇ ଚାଂଚଲ୍ୟକର ଖୁଲାସା କରିଛି ପୋଲିସ । ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଥିବା ବେଙ୍ଗଳୁରୁ ବିବିଏ ଛାତ୍ର ଈଶାନ ଅପରହରଣ ପଛରେ ଥିଲେ ତାଙ୍କର ଜଣେ ସ୍କୁଲ୍ ସାଙ୍ଗ । ସେହି ସାଙ୍ଗ ଜଣକ ଈଶାନଙ୍କ ସଂପର୍କରେ ସମସ୍ତ ତଥ୍ୟ ଦେଇ ରଚିଥିଲେ ଅପହରଣ ଷଡଯନ୍ତ୍ର । ଗିରଫ ହୋଇଥିବା ଅଭିଯୁକ୍ତ ସ୍କୁଲ ସାଙ୍ଗକୁ ଈଶାନ ଚିହ୍ନ୍‌ିପାରିଛନ୍ତି । ୩୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ପାଇଁ ଷଡଯନ୍ତ୍ର ହୋଇଥିଲା । ଅପହରଣ ଷଡଯନ୍ତ୍ରର ଖୋଳତାଡ ପାଇଁ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିବ ପୋଲିସ ।
ଲକ୍ଷ୍‌ମୀସାଗର ଥାନା ପୋଲିସ ଝାରପଡାର ଏକ ଓନଫେଡ୍ ଚା ଦୋକାନ ନିକଟରୁ ଅପହୃତ ବିବିଏ ଛାତ୍ର ଈଶାନଙ୍କୁ ଲକ୍ଷ୍‌ମୀସାଗର ଅଂଚଳରୁ ହିଁ ଉଦ୍ଧାର କରିଥିଲା ପୋଲିସ । ଏଥିସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ କାର୍ ଓ ମାରଣାସ୍ତ୍ର ଜବତ ହୋଇଛି ।

Comments are closed.