ରାଜ୍ୟସଭାରେ ବିଜେଡି ଉଠାଇଲା ଉଷୁନା ଚାଉଳ ସଂଗ୍ରହ ପ୍ରସଙ୍ଗ

ନୂଆଦିଲ୍ଲୀ – ରାଜ୍ୟସଭାରେ ବିଜେଡି ସଦସ୍ୟମାନେ ଚାଉଳ ସଂଗ୍ରହ ପ୍ରସଙ୍ଗ ଉଠାଇଛନ୍ତି । ଶୂନ୍ୟକାଳରେ ବିଜେଡି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ପ୍ରଶାନ୍ତ ନନ୍ଦ ଏହି ପ୍ରସଙ୍ଗ ଉଠାଇଛନ୍ତି । ଓଡିଶାରୁ ଭାରତୀୟ ଖାଦ୍ୟ ନିଗମ –ଏଫସିଆଇ ଉଷୁନା ଚାଉଳ ସଂଗ୍ରହ ବନ୍ଦ କରିଦେଇଥିବାରୁ ବିଜେଡି ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । କେନ୍ଦ୍ରର ଏହି ପଦକ୍ଷେପ ରାଜ୍ୟର ଚାଷୀଙ୍କୁ କ୍ଷତିଗ୍ରସ୍ତ କରିଛି ବୋଲି ବିଜେଡି ସଦସ୍ୟମାନେ କହିଥିଲେ । ଏଫସିଆଇ ପୁଣି ବଳକା ଉଷୁନା ଚାଉଳ ସଂଗ୍ରହ କରିବାକୁ ସେମାନେ ଦାବି କରିଛନ୍ତି ।

Comments are closed.