କାର୍ ଉପରେ ଗୁଳିମାଡ଼ ପରେ ଓଓ୍ବେସିଙ୍କ ସୁରକ୍ଷା ବଢ଼ିଲା, ଏଣିକି ମିଳିବ ‘ଜେଡ୍’ କାଟେଗୋରି ସୁରକ୍ଷା 

ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବେସିଙ୍କ କାର୍ ଉପରେ ଗୁଳିମାଡ଼ ଘଟଣାର ଦିନକ ପରେ କେନ୍ଦ୍ର ସରକାର ତାଙ୍କ ସୁରକ୍ଷା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଣିକି ତାଙ୍କୁ ‘ଜେଡ୍’ କାଟେଗୋରୀ ସୁରକ୍ଷା ମିଳିବ । ଯାହା ପରେ ଓଓ୍ବେସିଙ୍କ ସୁରକ୍ଷାରେ ସିଆରପିଏଫ୍ ଯବାନ ନିୟୋଜିତ ହେବେ |

ୟୁପିରେ ଏକ ଟୋଲ୍ ପ୍ଲାଜା ଦେଇ ଯାଉଥିବାବେଳେ ତାଙ୍କ କାର୍ ଉପରେ ଗୁଳିମାଡ଼ ହୋଇଥିବା ଅଭିଯୋଗ କରିଥିଲେ ଓଓ୍ବେସି। ତେବେ ଏହି ଘଟଣାରେ ତାଙ୍କୁ କୌଣସି ଆଘାତ ଲାଗିଥିଲା ।

ଗୁଳିମାଡ଼ ସତ୍ତ୍ୱେ ପରେ ଓଓ୍ବେସି ସ୍ପଷ୍ଟ କରିଥିଲେ ଯେ ସେ କୌଣସି ପ୍ରକାରର ସୁରକ୍ଷା ନେବେ ନାହିଁ। ଓଓ୍ବେସି କହିଥିଲେ ଯେ ୧୯୯୪ରୁ ସେ ସକ୍ରିୟ ରାଜନୀତିରେ ଅଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ସେ କୌଣସି ସୁରକ୍ଷା ନେଇନାହାଁନ୍ତି। ଏହି ଆକ୍ରମଣ ପରେ ସେ ସୁରକ୍ଷା ନେବେ କି ବୋଲି ପଚରାଯିବାରୁ ଓଓ୍ବେସି କହିଥିଲେ, ମୁଁ ଆଦୌ ସୁରକ୍ଷା ନେବି ନାହିଁ। ମୋତେ ସୁରକ୍ଷିତ ଅନୁଭବ କରିବାର ଦାୟିତ୍ଵ ସରକାରଙ୍କର ।

ଗୁରୁବାର ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ଗାଡ଼ି ଉପରକୁ ଚାରି ରାଉଣ୍ଡ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ତିନି-ଚାରି ଜଣ ଲୋକ ତାଙ୍କ ଗାଡ଼ିକୁ ଗୁଳି ଚଳାଇଥିଲେ । ଏହି ଲୋକମାନେ ଗୁଳି କରିବା ପରେ ସେଠାରୁ ପଳାଇ ଯାଇଥିଲେ। ପ୍ରାରମ୍ଭିକ ତଦନ୍ତ ବେଳେ ପୋଲିସ ଓଓ୍ବେସିଙ୍କ ଗାଡିରେ ବୁଲେଟ୍ ଚିହ୍ନ ମଧ୍ୟ ଦେଖିବାକୁ ପାଇଥିଲା। ଏହି ମାମଲାରେ ଉତ୍ତର ପ୍ରଦେଶ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ସିସିଟିଭି ଫୁଟେଜ ମାଧ୍ୟମରେ ଚିହ୍ନଟ କରିଛି। ସେମାନଙ୍କୁ ବାଦଲପୁର ବୁଦ୍ଧ ନଗରର ବାସିନ୍ଦା ସଚିନ ଏବଂ ଶୁଭମ୍ ବୋଲି ଚିହ୍ନଟ କରାଯାଇଛି। ପଚରାଉଚରା ବେଳେ ଏହି ଲୋକମାନେ କହିଥିଲେ ଯେ ଓଓ୍ବେସିଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟରେ ଆହତ ହୋଇ ତାଙ୍କ ଉପରେ ସେମାନେ ଆକ୍ରମଣ କରିଥିଲେ।

Comments are closed.