ଦୁର୍ନୀତି ଓ ଅପାରଗତା ଯୋଗୁଁ ୫ ଅଧିକାରୀଙ୍କୁ ବିଦା କଲେ ରାଜ୍ୟ ସରକାର 

ଭୁବନେଶ୍ୱର- ଦୁର୍ନୀତି ଓ ଅପାରଗତା ଯୋଗୁଁ ୫ ଅଧିକାରୀଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର । ଏମାନଙ୍କ ମଧ୍ୟରେ ଇଞ୍ଜିନିୟର,ସିଡିପିଓ, ଅଙ୍ଗନବାଡି, ସୁପରଭାଇଜର, ପୋଲିସ ଇନସପେକ୍ଟର ଓ ଆରଏସ ଅଛନ୍ତି । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୁର୍ନୀତି ଓ ଅପାରଗତା ଯୋଗୁଁ ଏ ଯାଏଁ ୧୪୬ ଜଣଙ୍କୁ ଚାକିରିରୁ ବିଦା କରିସାରିଲେଣି ରାଜ୍ୟ ସରକାର ।

ଯେଉଁ ୫ ଅଧିକାରୀଙ୍କୁ ବିଦା କରାଯାଇଛି, ସେମାନେ ହେଲେ ବାରିପଦା ଆଇଟିଡିଏ ଆସିଷ୍ଟାଂଟ୍ ଇଞ୍ଜିନିୟର ସନ୍ତୋଷ କୁମାର ଦାସ , ଜଗତସିଂହପୁର ବାଲିକୁଦା ସିଡିପିଓ ସରଳା ଦେଇ, ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁ, ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପୋଲିସ ଇନସପେକ୍ଟର ରାମଚନ୍ଦ୍ର ବେହେରା ଓ କେନ୍ଦୁଝର ସଦର ତହସିଲ କାର୍ଯ୍ୟାଳୟର ରାଜସ୍ୱ ସୁପରଭାଇଜର ହୃଦାନନ୍ଦ ସାହୁ ।

Comments are closed.