ଆସନ୍ତା ୧୨ରୁ ଖୋଲିବ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର- ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱରର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବ । କୋଭିଡ କଟକଣା ପାଳନ ସହ ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ୧୫ ବର୍ଷରୁ କମ ବୟସର ପିଲାଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭୋଗ ନେବା ମଧ୍ୟ ମନା ହୋଇଛି । ଆଡକାଠ ନିକଟରୁ ଦର୍ଶନ ଅନୁମତି ମିଳିବ । କୋଭିଡ ସ୍ଥିତିରେ ଉନ୍ନତି ଆସିବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Comments are closed.