ଚାଉଳ ପ୍ରସଙ୍ଗରେ ଗର୍ଜିଲା ବିଜେଡି, କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ଏଫସିଆଇ ଅଫିସ ଆଗରେ ଧାରଣା ଓ ପ୍ରତିବାଦ

ଭୁବନେଶ୍ୱର- ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଥିବା ବିଜେଡି ଆଜି ରାସ୍ତାକୁ ଓହ୍ଲାଇଛି । କେନ୍ଦ୍ର ସରକାର ଉଷୁନା ଚାଉଳ କିଣା ପ୍ରତିଶ୍ରୁତିରୁ ଓହରି ଯାଇଥିବାରୁ ପ୍ରତିବାଦ କରିଛି ବିଜେଡି । ଭୁବନେଶ୍ୱର ଭାରତୀୟ ଖାଦ୍ୟ ନିଗମ-ଏଫସିଆଇ ଅଫିସ ଆଗରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ଓଡିଶାକୁ ଅବହେଳା କରିଛନ୍ତି । ଓଡିଶାର ଚାଷୀଙ୍କ ସହ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଗଚ୍ଛିତ ଥିବା ୨୨ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ କେନ୍ଦ୍ର ସରକାର ଉଠାଇ ନାହାନ୍ତି । କେନ୍ଦ୍ର ସରକାର ପ୍ରଥମେ ୨ ମେଟ୍ରିକ ଟନ୍ ଅରୁଆ ଓ ୫ ମେଟ୍ରିକ ଟନ ଉଷୁନା ଚାଉଳ କିଣିବେ ବୋଲି ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିନାହାନ୍ତି । ବଳକା ଚାଉଳକୁ ସଂଘୀୟ ବ୍ୟବସ୍ଥା ଅନୁସାରେ ଏଫସିଆଇ ଜରିଆରେ କେନ୍ଦ୍ର ସରକାର କିିଣିବା କଥା । କିନ୍ତୁ ଏ ଯାଏଁ କିଣିନାହାନ୍ତି । ଏହାର ଜୋରଦାର ପ୍ରତିବାଦ କରିଛି ବିଜେଡି । ଏଫସିଆଇ ଅଫିସ ଆଗରେ ପ୍ରତିବାଦ ଓ ଧରାଣାରେ ବିଜେଡି ବରିଷ୍ଠ ନେତା ଅଶୋକ ପଣ୍ଡା, ସୁଲତା ଦେଓ, ଅରବିନ୍ଦ ଢାଲି, ଅରୂପ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଛନ୍ତି ।

Comments are closed.