ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସମସ୍ତ ପକ୍ଷ ସହ ଆଲୋଚନା ପରେ ହିଁ ନିଷ୍ପତ୍ତି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ଖୋଲିଛି ଶିକ୍ଷାନୁଷ୍ଠାନ । ଏଣେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି । ପରୀକ୍ଷା ପରିଚାଳନା ନେଇ ଦଶମ ଶ୍ରେଣୀ ପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଯୁକ୍ତ ଦୁଇ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟକ୍ଷ, ପ୍ରଧାନଶିକ୍ଷକ ଏବଂ ଅନ୍ୟ ପକ୍ଷ ସହ ବିଚାରବିମର୍ଶ କରିବେ । ଉଭୟ ପରିଷଦର ସଭାପତି ଓ ଅଧ୍ୟକ୍ଷ ଆଲୋଚନା ବ୍ୟବସ୍ଥା କରିବାକୁ ଗଣଶିକ୍ଷା ବିଭାଗ ସୂଚନା ଦେଇଛି । କୋରୋନା ସଂକ୍ରମଣ ହ୍ରାସ ପରେ ଗତ ୮ ତାରିଖରେ ରାଜ୍ୟରେ ଅଷ୍ଟମ ଶ୍ରେଣୀରୁ କଲେଜ ସବୁ ଖୋଲିଛି । ଆସନ୍ତା ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ।

Comments are closed.