ଆରଟିଆଇରେ ଖୁଲାସା: ବହୁବର୍ଷ ହେଲା ଘର ଭଡ଼ା ଦେଇନାହାନ୍ତି ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଜ ସରକାରୀ ବଙ୍ଗଳା ଓ ଅନ୍ୟ ସରକାରୀ ସମ୍ପତ୍ତିର ଭଡ଼ା ବହୁ ବର୍ଷ ହେଲା ପୈଠ କରିନାହାନ୍ତି। ସାମାଜିକ କର୍ମୀ ସୁଜିତ ପଟେଲଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଆରଟିଆଇ ଜବାବରେ କୁହାଯାଇଛି ଯେ, କଂଗ୍ରେସର ଅନେକ ନେତାଙ୍କ ଉପରେ ଭଡ଼ା ବାକି ରହିଛି।

କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଏକ ଆରଟିଆଇ ଉତ୍ତରରେ କହିଛି ଯେ ଆକବର ରୋଡରେ କଂଗ୍ରେସ ଦଳର ମୁଖ୍ୟାଳୟର ଭଡ଼ା ବାବଦକୁ ୧୨ ଲକ୍ଷ ୬୯,୯୦୨ ଟଙ୍କା ବାକି ରହିଛି । ଏବଂ ଶେଷଥର ଏହାର ଭଡ଼ା ଡିସେମ୍ବର ୨୦୧୨ରେ ଦିଆଯାଇଥିଲା । ସେହିଭଳି ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ରୋଡ ସ୍ଥିତ ସରକାରୀ ବାସଭବନର ଭଡ଼ା ବାବଦକୁ ୪,୬୧୦ ଟଙ୍କା ବାକି ପଡ଼ିଛି ଏବଂ ଶେଷଥର ସେପ୍ଟେମ୍ବର ୨୦୨୦ରେ ଏହାର ଭଡ଼ା ଜମା କରାଯାଇଥିଲା।

ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ଭିନ୍ସେଣ୍ଟ ଜର୍ଜ ବର୍ତ୍ତମାନ ନୂଆଦିଲ୍ଲୀର ଚାଣକ୍ୟପୁରୀରେ ରହୁଛନ୍ତି ଯେଉଁଠି ତାଙ୍କ ସରକାରୀ ବଙ୍ଗଳା ନମ୍ବର ସି-୧୧/ ୧୦୯ ଉପରେ ୫,୦୭,୯୧୧ ଟଙ୍କା ଭଡା ବାକି ରହିଛି । ଅଗଷ୍ଟ ୨୦୧୩ ଠାରୁ ଏହି ବଙ୍ଗଳାର ଭଡା ପ୍ରଦାନ କରାଯାଇ ନାହିଁ |

ସରକାରୀ ଆବାସିକ ନିୟମ ଅନୁଯାୟୀ ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳମାନେ ବାସସ୍ଥାନ ପାଇଲେ, ପ୍ରତ୍ୟେକ ଦଳକୁ ଏହାର କାର୍ଯ୍ୟାଳୟ ଗଠନ ପାଇଁ ତିନି ବର୍ଷ ଦିଆଯାଏ, ଯାହା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥାଏ।

୯-ଏ ରାଉସ୍ ଆଭେନ୍ୟୁରେ ପାର୍ଟି ଅଫିସ୍ ନିର୍ମାଣ ପାଇଁ ଜୁନ୍ ୨୦୧୦ରେ କଂଗ୍ରେସକୁ ଜମି ଆବଣ୍ଟନ କରାଯାଇଥିଲା | କଂଗ୍ରେସ ଦଳ ୨୦୧୩ ସୁଦ୍ଧା ଆକବର ରୋଡ୍ ଅଫିସ ଏବଂ କିଛି ବଙ୍ଗଳା ଖାଲି କରିବାର ଥିଲା, କିନ୍ତୁ ଦଳ ଏପର୍ଯ୍ୟନ୍ତ ତାହା କରିନାହିଁ ।

Comments are closed.