ରାଜ୍ୟରେ ୧ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ୧ ହଜାର ତଳକୁ ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୮୫୯ ଆକ୍ରାନ୍ତ । ସଙ୍ଗରୋଧରୁ ୫୦୩ ଓ ସ୍ଥାନୀୟ ଅଂଚଳରୁ ୩୫୬ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୭୨ ଶିଶୁ କିଶୋର ଅଛନ୍ତି । ଖୋର୍ଦ୍ଧାରୁ ୧୦୫, କୋରାପୁଟରୁ ୭୧, କଟକରୁ ୬୫, ସୁନ୍ଦରଗଡରୁ ୬୨, ଅନୁଗୁଳରୁ ୪୫, ଯାଜପୁରରୁ ୪୫, ଗଜପତିରୁ ୩୯, ସମ୍ବଲପୁରରୁ ୩୫, ମୟୂରଭଂଜରୁ ୩୪, ରାୟଗଡାରୁ ୨୯, କେନ୍ଦ୍ରାପଡାରୁ ୨୫, ଝାରସୁଗୁଡାରୁ ୨୪, ବାଲେଶ୍ୱରରୁ ୨୧, ବରଗଡରୁ ୨୧, ବୌଦ୍ଧରୁ ୨୦, ନୟାଗଡରୁ ୧୯,ସୋନପୁରରୁ ୧୮, ଗଞ୍ଜାମରୁ ୧୮, ପୁରୀରୁ ୧୬, କେନ୍ଦୁଝରରୁ ୧୬, ଜଗତସିଂହପୁରରୁ ୧୫, ନୂଆପଡାରୁ ୧୩, ଭଦ୍ରକରୁ ୧୨, ନବରଙ୍ଗପୁରରୁ ୧୧, ମାଲକାନିଗିରିରୁ ୧୨, କଳାହାଣ୍ଡିରୁ ୧୦, ବଲାଙ୍ଗୀରରୁ ୯, ଢେଙ୍କାନାଳରୁ ୯, ଦେବଗଡରୁ ୮, କନ୍ଧମାଳରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧୩୨୪ ରହିଛି ।

Comments are closed.