ଭୋଟ୍ ପାଇଁ ଭଗବତ ଗୀତାର ଆଶ୍ରୟ ନେଲା ନେତା !  ଭୋଟରଙ୍କୁ ନେତାଙ୍କ ଧମକ: ଭିଡିଓ ଭାଇରାଲ, ପ୍ରଶାସନ ଚୁପ

ବୌଦ୍ଧ: ଗୀତା ଛୁଇଁ ଶପଥ କର । ଆମକୁ ହିଁ ଭୋଟ ଦେବ । ନଚେତ ଦୋକାନ ବନ୍ଦ। ଆମକୁ ଭୋଟ ନାହିଁ ତ, ଆମ ଗାଁରେ ଦୋକାନ ଖୋଲି ପାରିବ ନାହିଁ । ଖାଲି ଏତିକି ନୁହେଁ । ତୁମ ବାଲାଟ ପେପର ଆମେ ଦେବୁ । ଆଉ ତୁମ ଭୋଟ ଆମେ ହିଁ ନେବୁ । ଅଲବଦ ନେବୁ । ଏହା ହେଉଛି ଜଣେ ଭୋଟରଙ୍କୁ ଜଣେ କୁଜି ନେତା(ଗାଁ ନେତା) ଙ୍କ ଧମକ ପୂର୍ଣ୍ଣ ଭାଇରାଲ ଭିଡିଓର କିଛି ଅଶଂ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ହେଉଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ପଞ୍ଚାୟତ ଅଧିନ ହାତୀପାଲି ଗାଁର। ଭାଇରାଲ ହେଉଥିବା ଭିଡିଓ 2 ଦିନ ତଳର ।

ତେବେ ମିଳିଥିବା ସୂଚନା ଅନୁସାରେ 2 ଦିନ ତଳେ ଗାଁରେ ନିର୍ଦ୍ଦିଷ୍ଟ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କିରିଆ(ଶପଥ) କାର୍ଯ୍ୟକ୍ରମ ହୋଇଥିଲା । ଗାଁର ସ୍କୁଲ ଘରକୁ ଗାଁର ସମସ୍ତ ଭୋଟରଙ୍କୁ ଡକାଯାଇ କିରିଆ(ଶପଥ) କରାଯାଉଥିଲା । ତେବେ କିଛି ଗ୍ରାମବାସୀ ଏହାକୁ ବିରୋଧ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସୁଥିବା ଜାଣି ଛତ୍ରଭଙ୍ଗ ଦେଇଥିଲେ କିରିଆ କରା ଆୟୋଜକ ମାନେ। ପରବର୍ତ୍ତୀ ସମୟରେ ରାତି ୧୨ ଟାରୁ ୨ ଟା ମଧ୍ୟରେ ପୁଣି ୨୦ ରୁ ୨୨ ଜଣ ସମର୍ଥକଙ୍କୁ ନେଇ ପ୍ରାର୍ଥୀ ଘର ଘର ବୁଲିଥିଲେ । ହାତରେ ଦୀପ ଗୀତା ଧରି ପ୍ରତ୍ୟେକ ଘରେ ଲୋକଙ୍କୁ କିରିଆ ପକାଇବାକୁ ବାଧ୍ୟ କରିଥିଲେ ।

Comments are closed.