ଗ୍ୟାସ ସିଲିଣ୍ଡର ଫାଟି ୩ ବଖରା ଘର ଧ୍ୱଂସ, ୨ ଆହତ

ସୁବର୍ଣ୍ଣପୁର: ତରଭା ବ୍ଲକ ଅନ୍ତର୍ଗତ ଅଡ଼ା ଗ୍ରାମରେ ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ୩ବଖରା ଛାତଘର ଭାଙ୍ଗିଯିବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଦ୍ୱୟ ହେଲେ ଅର୍ଡ଼ ଗ୍ରାମର କୈଳାସ ରଣା ଏବଂ ତାଙ୍କ ପତ୍ନୀ କିଶୋରୀ । ସୂଚନାମତେ , ଗ୍ୟାସ୍ ସରିଯାଇଥିବାରୁ କୈଳାସ ଘରର ପୁରୁଣା ସିଲିଣ୍ଡରକୁ ହଟାଇ ଏକ ନୂଆଁ ଗ୍ୟାସ୍‌ ସିଲିଣ୍ଡର କନେକ୍ସନ କରୁଥିଲେ । ଏହି ସମୟରେ ସିଲିଣ୍ଡର୍‌ରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା । ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଥିବା ସମୟରେ ଗ୍ୟାସ୍‌ ସିଲିଣ୍ଡର୍‌ଟି ଫାଟିଯିବାରୁ ଏଥିରେ କୈଳାସ ଏବଂ ପାଖରେ ଥିବା ତାଙ୍କ ପତ୍ନୀ କିଶୋରୀ ଗୁରୁତର ଭାବେ ଆହତ ହୋଇଥିଲେ ସିଲିଣ୍ଡର ବିସ୍ଫୋରଣରେ କୈଳାସଙ୍କ ତିନିବଖରା ଛାତଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯିବା ସହ ଘରେ ଥିବା ଆସବାବପତ୍ର ଗୁଡ଼ିକରେ ମଧ୍ୟ ନିଆଁ ଲାଗିଯାଇଥିଲା । ଗ୍ରା ମବାସୀ ଆହତ ଦମ୍ପତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରକାନାରେ ଭର୍ତ୍ତି କରିଥିଲେ । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ତରଭା ଅଗ୍ନିଶମ ଅଧିକାରୀ ସୁଧାକର ନାୟକଙ୍କ ନେତୃତ୍ବରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ ।

Comments are closed.